ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆରମ୍ଭ ହୋଇଯାଇଛି ଶ୍ରୀକ୍ଷେତ୍ରବାସୀଙ୍କ ଶ୍ରୀଜିଉଙ୍କୁ ଦର୍ଶନ । ଦୀର୍ଘ ୯ମାସ ପରେ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଶ୍ରୀମନ୍ଦିର ଆଗରେ ଲମ୍ଵା ଧାଡିରେ ଛିଡା ହୋଇଛନ୍ତି ପୁରୀ ବାସିନ୍ଦା । ଶ୍ରଦ୍ଧାଳୁମାନେ ସୁରୁଖୁରରେ ଦର୍ଶନ ପାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ପ୍ରଶାସନ। ସାମାଜିକ ଦୂରତା, ସାନିଟାଇଜେସନ, ମାକ୍ସ ସହିତ ପରିଚୟ ପତ୍ରର କଡା ଯାଞ୍ଚ କରାଯାଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ୱାର୍ଡ ହିସାବରେ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୯ ଇନ୍ସପେକ୍ଟର ମୁତୟନ ରହିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି ଧାଡିର ବ୍ୟବସ୍ଥା ହୋଇଛି । କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯିବ । କିଓସ୍କଗୁଡ଼ିକରେ ପୋଲିସ ମୁତୟନ ରହି ଲୋକଙ୍କୁ ସହଯୋଗ କରିବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କହିଛନ୍ତି ।