ସନ୍ଷ୍ଟାର ଟିଭି ବ୍ୟୁରୋ
ନିଆଳୀ: ଓଡିଶାରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ। ଦୀର୍ଘ ଦିନ ହେବ ଓଡିଶାର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣ ଖୁବ କମ୍ ରହିଥିଲା ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଣ୍ଟାପଡାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରିଛନ୍ତି । ତେବେ ଜାନୁଆରୀ ୪ ତାରିଖ ଯାଏଁ ଏହି ଅଞ୍ଚଳରେ ଏହି କଟକଣା ଜାରି କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ପାଇଁ ଲାଗୁ ନିୟମ ମୁତାବକ ଜୋନ୍ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । କଣ୍ଟାପଡ଼ା ବିଡିଓଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ଦିଆଯାଇଛି । ନୂଆସାହି ଖଣ୍ଡାସାଇଲୋ ଗାଁରୁ ବଡ଼ପାଟସୁନ୍ଦରପୁର ଯାଏଁ ଚଳାଚଳ ବନ୍ଦ ରହିଛି ।