ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ହ୍ଵାଟ୍ସଆପ୍ ତା ୟୁଜର ମାନଙ୍କ ପାଇଁ ନୂଆ ନୂଆ ଫିଚର ନେଇ ଆସୁଛି । ତେବେ ଶୁଣିବାକୁ ମିଳିଛି ଯେ, ହ୍ବାଟ୍ସ ଆପ୍ ଗତ କିଛି ମାସ ଧରି ମଲ୍ଟି ଡିଭାଇସ ସପୋର୍ଟ(Multi Device Support) ଫିଚର ଆଣିବାକୁ ଉଦ୍ୟମ ଜାରି ରଖିଛି । ଏହା ମାଧ୍ୟମରେ ୟୁଜର ଏକାଧିକ ଡିଭାଇସରେ ଗୋଟିଏ ହ୍ବାଟ୍ସ ଆପ୍ ଆକାଉଣ୍ଟକୁ ବ୍ୟବହାର କରିପାରିବେ । ଏକ ତାଜା ରିପୋର୍ଟ ଅନୁସାରେ ହ୍ବାଟ୍ସ ଆପ୍ କୁ ମଲ୍ଟି ଡିଭାଇସ ସପୋର୍ଟ ଫିଚରର ଟେଷ୍ଟିଂ ଆରମ୍ଭ କରିଥିବାର ସୂଚନା ମିଳିଛି ।
ହ୍ବାଟ୍ସ ଆପ୍ରେ ମଲ୍ଟି ଡିଭାଇସ୍ ସପୋର୍ଟ ଫିଚର ସହିତ ଜଡିତ ଏହି ସୂଚନା ଟେକ୍ ବ୍ଲଗ୍ Whatsapp Beta Info ଦ୍ୱାରା ଟ୍ୱିଟ୍ କରି ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ହ୍ବାଟ୍ସ ଆପ୍ ମଲ୍ଟି ଡିଭାଇସ୍ ସପୋର୍ଟ ପରୀକ୍ଷା ଆରମ୍ଭ କରିଥିଲା । ସମାନ ହ୍ବାଟ୍ସ ଆପ୍ ଆକାଉଣ୍ଟ୍ ସହିତ ବିଭିନ୍ନ ଡିଭାଇସ୍ ସଂଯୋଗ କରି କଲ୍ ପରୀକ୍ଷା କରାଯାଇଥିଲା ।
ତଥାପି, ହ୍ବାଟ୍ସ ଆପ୍ ମଲ୍ଟି ଡିଭାଇସ୍ ସପୋର୍ଟ ଫିଚର ବିଷୟରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଉପଲବ୍ଧ ନାହିଁ ।ତେବେ ହ୍ବାଟ୍ସ ଆପ୍ ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର ପରେ ଉପଭୋକ୍ତା ବା ୟୁଜରମାନେ ଏକାସାଙ୍ଗରେ ୪ ଟି ଭିନ୍ନ ଡିଭାଇସରେ ସମାନ ହ୍ବାଟ୍ସ ଆପ୍ ଆକାଉଣ୍ଟ ଚଳାଇବାକୁ ସକ୍ଷମ ହେବେ । ତେବେ ଏଠାରେ ବଡକଥା ହେଉଛି ହ୍ବାଟ୍ସ ଆପ୍ ୱେବ୍ ବ୍ୟବହାର କରିବାକୁ ହେଲେ ପ୍ରାଥମିକ ଉପକରଣରେ ଏକ ସକ୍ରିୟ ଇଣ୍ଟରନେଟ୍ ସଂଯୋଗ ଆବଶ୍ୟକ, ଯାହା ନୂତନ ଫିଚର ଆସିବା ପରେ ହେବ ନାହିଁ ।