ସନ୍ଷ୍ଟାର ଟିଭି ବ୍ୟୁରୋ
ମେଲବର୍ଣ୍ଣ: ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଦ୍ଵିତୀୟ ଇନିଂସର ପ୍ରଥମ ଦିନରେ ମାତ୍ର ୧୯୫ ରନ କରି ଅଲ୍ଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ବୋଧହୁଏ ଭାରି ପଡିଛି ଅଷ୍ଟ୍ରେଲିଆ ଉପରେ । ଓପନିଂ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଜୋ ବୋନ୍ସ ଶୂନ ରନ୍ କରି ପଡିଆରେ ବିଦା ହୋଇଥିଲେ । ଏହା ପରେ ତୃତୀୟ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସାନ, ମାଥୁ ଓ୍ୱାଡେଙ୍କ ସହ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିବା ସହ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ।
ଏହାରି ମଧ୍ୟରେ ମାଥ୍ୟୁ ଓ୍ୱାଡେ ଅଶ୍ୱିନଙ୍କ ବଲରେ ଜାଡେଜାଙ୍କୁ କ୍ୟାଚ୍ ଦେଇ ପେଭିଲିୟନ ଫେରିଥିଲେ । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ଟିଭେନ୍ ସ୍ମିଥ୍ ମଧ୍ୟ ଅଶ୍ୱିନଙ୍କ ବଲ୍ରେ ଶୂନ ରନ କରି ଆଉଟ ହୋଇଯାଇଥିଲେ । ଏହା ପରେ ତାଭିସ୍ ହେଡ୍ ୩୮ ରନ୍ କରିଥିଲେ । କିନ୍ତୁ ଲଗାତାର ଭାବେ ଓ୍ୱିକେଟର ପତନ ହେବାରେ ଲାଗିଥିଲା ଏବଂ ୧୯୫ ରନ୍ରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲା ।ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ ରବିଚନ୍ଦ ଅଶ୍ୱିନ ୩ଟି, ରବୀନ୍ଦ୍ର ଜାଡେଜା ଗୋଟିଏ ଏବଂ ମହମ୍ମଦ ସିରାଜ୍ ୨ ଓ୍ୱିକେଟ୍ ନେଇଛନ୍ତି ।
ତେବେ ଆଜି ଦିନର ଖେଳ ଶେଷ ଶୁଦ୍ଧା ଭାରତୀୟ ଟିମ ୧ ଓ୍ଵିକେଟ ବିନିମୟରେ ୩୬ ରନ୍ ସଂଗ୍ରହ କରିଛନ୍ତି । ମୟଙ୍କ ଅଗ୍ରଓ୍ଵାଲ ଷ୍ଟାର୍କଙ୍କ ବଲରେ ବିନା କୌଣସି ରନ୍ କରି ଆଉଟ ହୋଇଛନ୍ତି ।