ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ୍ ବିରୋଦ୍ଧରେ ଚାଷୀମାନଙ୍କ ଆନ୍ଦୋଳନ ଆଜିକୁ ୩୧ ଦିନରେ ପହଞ୍ଚିଛି । ଗତ କାଲି ପ୍ରଧାନମନ୍ତ୍ରୀ କୃଷକ ସଂଗଠନ ସହ ଆଲୋଚନା କରିଥିଲେ । କୃଷକ ସମ୍ମାନ ନିଧି ଯୋଜନାରେ ଗତକାଲି ୯ ହଜାର କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଟଙ୍କା ପଠାଇଥିଲେ । ତଥାପି କୃଷକମାନେ ନୂତନ କୃଷି ଆଇନ୍ ପ୍ରତିବାଦରେ ଅଡି ବସିଛନ୍ତି । କାଲି ବୈଠକରେ କୌଣସି ନିର୍ଷ୍କସ ନ ବାହାରିବାରୁ ଆଜି ମଧ୍ୟ ବୈଠକ ଡକାଯାଇଛି ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଜଣେ ଅଧିକାରୀ କହିଲେ ଯେ ଆଜିର ବୈଠକରେ ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଜି ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି । କୃଷକ ଓ ସରକାରଙ୍କ ମଧ୍ୟରେ ୬ ଟି ବୈଠକ ଅନୁଷ୍ଠିତ ହୋଇଛି କିନ୍ତୁ କୌଣସି ବୌଠକରେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ ।