ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦୀର୍ଘ ଦିନ ପରେ ଇଭି ଇଣ୍ଡିଆ ଲଞ୍ଚ କରିଛି ଦୁଇଟି ନୂତନ ବୈଦ୍ୟୁତିକ ସ୍କୁଟି । ଯାହାର ନାମ ରଖାଯାଇଛି ଏଟ୍ରିଓ ଓ ଅହାବା । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସ୍କୁଟର ଦୁଇଟିରେ କମ୍ପାନି ୫ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି। ଏଟ୍ରିଓର ରାଇଡିଂ ରେଞ୍ଜ ୭୫ରୁ ୮୫ କିମି ରହିଥିବାବେଳେ ଅହାବାର ରାଇଡିଂ ରେଞ୍ଜ ୬୦ କିମି ପର୍ଯ୍ୟନ୍ତ ରହିଛି । ନୂଆ ଗାଡ଼ିର ବଜାର ପ୍ରବେଶ ଅବସରରେ ଓମ୍ଜୟ ଇଭି ଲିମିଟେଡର ବିକ୍ରି ମୁଖ୍ୟ ଅଭୟ ଶ୍ରୀବାସ୍ତବ, ସିଇଓ ଆଦିତ୍ୟ ଭାଲୋତିଆ, ଏଜିଏମ୍ (ବିକ୍ରି) ସଂଜୀବ କୁମାର ମହାପାତ୍ର, ଇଭି ଇଣ୍ଡିଆ ଡିଲରସିପ୍ ଅଞ୍ଜଳି ଏଣ୍ଟରପ୍ରାଇଜେସ୍ର ଅଭିଷେକ ପାଣି ଓ ଓମ୍ଜୟ ଇଭିର ଏରିଆ ମ୍ୟାନେଜର ସୌଭାଗ୍ୟ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅହାବାର ମୂଲ୍ୟ ଭାରତୀୟ ବଜାରରେ ୫୫.୯୦୦ ଥିବା ବେଳେ ଏଟ୍ରିଓର ୬୪,୯୦୦ ରହିଛି ।