ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଖୋଲିବାକୁ ଭୁବନେଶ୍ଵର ସୁପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ।ସେବାୟତ ପରିବାର ଦର୍ଶନ କରିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ । କୋଭିଡ୍ କଟକଣା ମନ୍ଦିର ଖୋଲାଯିବ ମନ୍ଦିର। କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ମନ୍ଦିର ଖୋଲିବା ପୂର୍ବରୁ ଆଜି ମନ୍ଦିର ଚାରିପାଖକୁ ସାନିଟାଇଜ୍ କରାଯାଇଛି ।
ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ ତାରିଖଠାରୁ ୫ ତାରିଖ ଯାଏ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ଦର୍ଶନ ସୁବିଧା ମିଳିବ । ୬ ତାରିଖ ଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ୍ ବ୍ୟବସ୍ଥା ସହିତ ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି ।
ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜ୍ ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ । ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ । ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ ।