ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କୃଷକ ଯୋଜନାରେ କୃଷକମାନଙ୍କ ପାଇଁ ୧୮ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଆଧାରରେ ୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଏହି ଟଙ୍କା ପଠାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଟଙ୍କା ପିଏମ୍ କିଷାନ ସମ୍ମାନ ନିଧ୍ ଯୋଜନାର ପରବର୍ତ୍ତୀ କିସ୍ତି ଅଟେ । ଏହି ଯୋଜନାର ପ୍ରଥମ କିସ୍ତି ୨୦୧୯ରେ ପ୍ରଦାନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ କୃଷକମାନଙକ୍ ସହ ଆଲୋଚନା କରିବା ସମୟରେ ଏହି ଯୋଜନା ବିଷୟରେ କହିଥିଲେ। ଏହି ଅବସରରେ ସମଗ୍ର ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେବା ସହ ଛଅଟି ରାଜ୍ୟର କୃଷକମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥାବାର୍ତ୍ତା କରିଛନ୍ତି।