ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ଵର ଜୟଦେବ ଭବନ ସମ୍ମୁଖରେ ସାମ୍ଵାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ମିଳିତ ଭାବେ ହୋଇ ଆନ୍ଦୋଳନ କରୁଛନ୍ତି । ଗତକାଲି ନନ୍ଦିଘୋଷ ସାମ୍ଵାଦିକଙ୍କ ମରଣାତ୍ମକ ଆକ୍ରମଣକୁ ପ୍ରତିବାଦ କରିବା ଉଦ୍ଦେଶ୍ୟରେ ଓ ଦୋଷୀକୁ ଯଥାଶୀଘ୍ର ଦଣ୍ଡ ଦେବା ଉଦ୍ଦେଶ୍ୟରେ ଏହି ଆନ୍ଦୋଳନ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଆଉ ମଧ୍ୟ ସାମ୍ଵାଦିକମାନଙ୍କ ସୁରକ୍ଷା ପାଇଁ ଆଇନ୍ କରିବା ନେଇ ଦାବି କରାଯାଉଛି ।ସାମ୍ଵାଦିକଙ୍କ ସୁରକ୍ଷା ପାଇଁ ଅଧ୍ୟାଦେଶ ଆଣିବାକୁ ସରକାରଙ୍କୁ ଦାବି କରାଯାଉଛି । ସାମ୍ଵାଦିକଙ୍କ ଉପରେ ଆକ୍ରମଣ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହତାଶାର ପ୍ରତିଫଳନ ବୋଲି କହିଛନ୍ତି ସାମ୍ଵାଦିକ । ରାଜନୈତିକ ଦଳ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଠା କରୁଛନ୍ତି ବୋଲି କହିଛନ୍ତି ସାମ୍ବାଦିକ ଗୋଷ୍ଠୀ ।