ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ୯୬ତମ ଜନ୍ମବାର୍ଷିକୀ । ଏହି ଅବସରରେ ନୂଆଦିଲ୍ଲୀର ‘ସଦୈବ ଅଟଳ’ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
‘ଉତ୍ତମ ଶାସନ ଦିବସ’ ଭାବେ ପାଳିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ। ନିଜର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଭୂତପୂର୍ବ ଶିଖରକୁ ନେଇଯାଇଥିଲେ। ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ନିମନ୍ତେ ତାଙ୍କର ଉଦ୍ୟମ ଚିରକାଳ ସ୍ମରଣୀୟ ହୋଇ ରହିବ।
पूर्व प्रधानमंत्री आदरणीय अटल बिहारी वाजपेयी जी को उनकी जन्म-जयंती पर शत-शत नमन। अपने दूरदर्शी नेतृत्व में उन्होंने देश को विकास की अभूतपूर्व ऊंचाइयों पर पहुंचाया। एक सशक्त और समृद्ध भारत के निर्माण के लिए उनके प्रयासों को सदैव स्मरण किया जाएगा।
— Narendra Modi (@narendramodi) December 25, 2020
୯୬ତମ ଜନ୍ମବାର୍ଷିକୀରେ ବାଜପେୟୀଙ୍କ ସମ୍ମାନାର୍ଥେ ଆଜି ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅଟଳବିହାରୀ ବାଜପେୟୀ ଇନ୍ ପାର୍ଲାମେଣ୍ଟ୍: ଏ କମେମୋରେଟିଭ୍ ଭଲ୍ୟୁମ୍’ ଉଦ୍ଘାଟନ କରିବେ। ଲୋକସଭା ସଚିବାଳୟଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ବାଜପେୟୀଙ୍କ ଉଲ୍ଲେଖନୀୟ ଭାଷଣ ସମେତ ତାଙ୍କ ଜୀବନ ଏବଂ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯାଇଛି ।
ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ଶ୍ରଦ୍ଧାଞଳୀ ଜ୍ଞାପନ କରିଛନ୍ତି ।
Humble tributes to former Prime Minister #AtalBihariVajpayee on his Birth Anniversary. #Atalji was an outstanding Parliamentarian, distinguished statesman, exceptional poet, excellent orator and one of the tallest leaders of independent India. pic.twitter.com/yDamE9dtOS
— Naveen Patnaik (@Naveen_Odisha) December 25, 2020