ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଞ୍ଚଳିକ ପାଣିପାଗ ବିଭାଗରୁ ପ୍ରକାଶ ପାଇଛି ଗତ ୨୪ ଘଣ୍ଟାର ପାଣିପାଗ ରିପୋର୍ଟ । ତେବେ ରାଜ୍ୟର ସବୁଠୁ ଅଧିକ ଶୀତର ପ୍ରଭାବ ଅନୁଭୂତ ହୋଇଛି ଫୁଲବାଣୀ ସହରରେ ।ଫୁଲବାଣୀରେ ୪.୫ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଛି ।ତେବେ ଏହାପରେ ଅନୁଗୁଳରେ ୬ ଡିଗ୍ରୀ, ଦାରିଙ୍ଗବାଡିରେ ୮ ଡିଗ୍ରୀ, ଭବାନୀପାଟଣା ୮.୨ ଡିଗ୍ରୀ, କୋରାପୁଟରେ ୮.୬ ଡିଗ୍ରୀ, ଝାରସୁଗୁଡାରେ ୮.୮ ଡିଗ୍ରୀ, ସୁନ୍ଦରଗଡରେ ୯.୫ ଡିଗ୍ରୀ, କେନ୍ଦୁଝରରେ ୯.୯ ଡିଗ୍ରୀ, ବଲାଙ୍ଗୀରରେ ୯.୫ ଡିଗ୍ରୀ, ବୌଦ୍ଧରେ ୯.୫ ଏବଂ ସୋନପୁରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ କଟକରେ ୧୨ ଡିଗ୍ରୀ ଓ ଭୁବନେଶ୍ଵରରେ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଶୀତ ସହିତ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କୋହଲା ପବନ ମଧ୍ୟ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ କରୁଛି । ସକାଳ ୯ ଟା ଯାଏ ଘରୁ ବାହାରି ହେଉନାହିଁ ।ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ଶୀତ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ, ନୂଆପଡା, ବରଗଡ, ନବରଙ୍ଗପୁର ଏବଂ ମୟୂରଭଞ୍ଜ ।