ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ପ୍ରଶାସନ ପକ୍ଷରୁ ଅଠରନଳା ପୋଲ ଉପରେ ଗାଡି ମଟର ଚଳାଚଳକୁ ବନ୍ଦ କରାଦିଆଯାଇଛି । ପ୍ରଶାସନର ସୂଚନା ଅନୁଯାୟୀ ଅଠରନଳାର ପୋଲର ସ୍ଥିତି ଦୁର୍ବଳ ହୋଇ ପଡିଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପରିକି ୮୫ ମିଟର ଲମ୍ବ ଏହି ସେତୁର ଦୁଇପଟେ ବ୍ୟାରିକେଡ କରି ବନ୍ଦ ମଧ୍ୟ କରି ଦିଆଯାଇଛି । ବହୁ ପୁରାତନ କାଳରୁ ଏହି ପୋଲଟି ନିର୍ମାଣ ହୋଇଥିବାରୁ ଏବେ ଏହା ମରାମତିର ଆବଶ୍ୟକ କରୁଛି । ତେବେ ତ୍ରୟୋଦଶ ଶତାବ୍ଦୀର ଏହି ବ୍ରିଜର ସରଂକ୍ଷଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
୧୦ ବର୍ଷ ପୂର୍ବରୁ ଚାରିଚକିଆ ଓ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ପୁରୀ ପୌରବିଭାଗକୁ ନୋଟିସ କରିବା ପରେ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍ ଲଗାଯାଇଛି ।