ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ନୟାଗଡର ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ହୋଇଛି ସିନ ରିକ୍ରିଏସନ୍ । ଘଟଣାସ୍ଥଳକୁ ଅଭିଯୁକ୍ତ ସରୋଜ ସେଠୀକୁ ଆଣି କେସର ହୋଇଛି ରିକ୍ରିଏସନ୍ । ଏସ୍ଆଇଟିର ମୁଖ୍ୟ ଅରୁଣ ବୋଥ୍ରା ନିଜ ଟିମ ମେମ୍ବରଙ୍କ ସହିତ ସେଠାରେ ଉପସ୍ଥିତ ରହି ସରୋଜଠାରୁ ଘଟଣାର ପୁରା କାହାଣୀ ଦେଖିଛନ୍ତି । ତେବେ ପୋଖରୀ ହୁଡା ପାଖରେ ପୁରା ହତ୍ୟାକାଣ୍ଡର କାହାଣୀ କହିଛି ସରୋଜ ସେଠୀ ।
ତେବେ ହାଇକୋର୍ଟ ମଧ୍ୟ ପରୀ କେସର ଚାର୍ଜସିଟ ଦାଖଲ କରିବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି । ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଧିକ ତଥ୍ୟ ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ ହୋଇପାରେ।