ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଓଡିଶାରେ ଉନ୍ମୋଚନ ହୋଇଛି ‘କ୍ୟାରିଅର ପୋର୍ଟାଲ’। ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହାର ଉନ୍ମୋଚନ କରିଛନ୍ତି ।ୟୁନିସେଫ୍ ଓ ଓଡିଶା ଶିକ୍ଷା ବିଭାଗର ମିଳିତ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ପୋର୍ଟାଲ ଟି ଓଡିଆ ଭାଷାରେ ମଧ୍ୟ ଉପଲବ୍ଧ ହୋଇଛି ।
ତେବେ www.odishacareerportal.com ଓ୍ଵେବସାଇଟ ଜରିଆରେ ଛାତ୍ରଛାତ୍ରୀମାନେ ଲଗଇନ କରିପାରିବେ । ତେବେ ଲଗ୍ଇନ୍ ପାଇଁ ନିଜର ଲଗ୍ଇନ୍ ଆଇଡି ଓ ପାଶ୍ଓ୍ଵାର୍ଡ ଦେବାକୁ ପଡିବ । । ଏହି ଓ୍ଵେବସାଇଟ ଜରିଆରେ ମାଧ୍ୟମିକ ତଥା ଉଚ୍ଚଶିକ୍ଷା ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ କ୍ୟାରିଅର ସମ୍ଵନ୍ଧିୟ ସୂଚନା ତଥା ଧନ୍ଦାମୂଳକ ଶିକ୍ଷା, ପ୍ରବେଶିକା ପରୀକ୍ଷା, ମେଧାବୃତ୍ତି ସମ୍ଵନ୍ଧିୟ ସମସ୍ତ ସୂଚନା ପାଇପାରିବେ ।
ତେବେ ଏହି ପୋର୍ଟାଲର ଶୁଭାରମ୍ଭ ଋଷିକୁଲ୍ୟା କନ୍ଫରେନ୍ସ ହଲରେ ଆୟୋଜିତ ହୋଇଥିଲା ଓ ସେଠାରେ ୟୁନିସେଫ୍ର କର୍ମଚାରୀ ଡଃ. ମୋନିକା ନିଲ୍ସେନ, ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Odisha Career Portal launched state wide by Department of School & Mass Education in collaboration with UNICEF,Odisha by Shri Samir Ranjan Dash, Hon’ble Minister in the presence of Principal Secretary, S&ME and SPD , OSEPA at Rushikulya conference Hall of OSEPA on 24.12.2020. pic.twitter.com/c90juWNpMA
— EducationOdisha (@SMEOdisha) December 24, 2020