ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ରାଉରକେଲାରେ ନିର୍ମାଣ ହେବାକୁ ଯାଉଛି ଦେଶର ସବୁଠୁ ବଡ ହକି ଷ୍ଚାଡିୟମ । ତେବେ ଏ ନେଇ ଘୋଷଣା କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିପିୟୁଟି କାମ୍ପସ ପରିସରରେ ୧୫ ଏକର ଜମି ଉପରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ ।ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକଙ୍କ ବସିବାର କ୍ଷମତା ରହିଛି । ତେବେ ପୁରୁଷ ହକି ବିଶ୍ଵକପ୍ ରାଉରକେଲା ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ।୨୦୨୩ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।
ତେବେ ୨୦୧୮ ରେ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ପୂର୍ବ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯାହା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଂଶସୀତ ହୋଇଥିଲେ ।
ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆଜି ଘୋଷଣା କରିଛନ୍ତି। ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକଙ୍କ ବସିବାର କ୍ଷମତା ରହିବ।https://t.co/W2hf2WKtJG pic.twitter.com/m549LQddml
— I & PR Department, Odisha (@IPR_Odisha) December 24, 2020