ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର:କରୋନା ମହାମାରୀର ପ୍ରଭାବ ସାରା ବିଶ୍ଵକୁ କବଳିତ କରି ରଖିଛି । ବର୍ତ୍ତମାନ ଓଡିଶାର କରୋନା ସଂକ୍ରମଣର ହାର କମ ରହିଛି ସାଧାରଣ ଜନତାଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରିବା ପାଇଁ ସାଂସ୍କୃତିକ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ୟୁନିସେଫ୍ ଇଣ୍ଡିଆ (UNICEF india )ର ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଡିସେମ୍ବର ୨୫ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।
ଓଡିଶାର ୭ ଜିଲ୍ଲା ଯଥା କଟକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଏବଂ ଖୋର୍ଦ୍ଧା ଏହି କାର୍ଯ୍ୟକ୍ରମ କରାଯିବ । କୋଭିଡ୍ ସଚେତନତା ରଥ ପରିଭ୍ରମଣ କରିବ। ୨୫ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଲୋକକଳା ଦଳକୁ ମଧ୍ୟ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଲୋକଙ୍କୁ ସଚେତନ କରିବା ପାଇଁ @Culturedeptt, @IPR_Odisha ଓ @UNICEFIndiaର ମିଳିତ ସହଯୋଗରେ କଟକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଏବଂ ଖୋର୍ଦ୍ଧା ସମେତ ୭ଟି ଜିଲ୍ଲାରେ କୋଭିଡ୍ ସଚେତନତା ରଥ ପରିଭ୍ରମଣ କରିବ। ୨୫ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଲୋକକଳା ଦଳକୁ ସାମିଲ କରାଯିବ। pic.twitter.com/JUhQo6eBhR
— I & PR Department, Odisha (@IPR_Odisha) December 23, 2020