ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସରକାରଙ୍କ ଚିନ୍ତା ବଢାଇଛି ବ୍ରିଟେନ ଫେରନ୍ତା । ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ବ୍ରିଟେନ ଫେରନ୍ତା କରୋନା ଚିହ୍ନଟ ହୋଇଥିବା ଜଣା ପଡିଛି । ତେବେ ବ୍ରିଟେନରେ କରୋନାର ନୂତନ ଭାଇରସ (N501Y) ପାଇଁ ସାରା ବିଶ୍ଵ ଚିନ୍ତାରେ ଥିବା ବେଳେ ବ୍ରିଟେନ ଫେରନ୍ତାକୁ ନେଇ ଚିନ୍ତାରେ ଓଡିଶାବାସୀ ।
ସେହି ବ୍ରିଟେନ ଫେରନ୍ତାକୁ ଏବେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ ଟେଷ୍ଟ କରାଯାଉଛି । ଏହି ବ୍ୟକ୍ତି ଡିସେମ୍ବର ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ଵରକୁ ଆସିଥିଲେ ।
ଜଣେ ଚିହ୍ନଟ ବାହରିବା ପରେ ସରକାରଙ୍କ ଚିନ୍ତା ବଢିଛି । ରାଜ୍ୟରେ ଏବେ କରୋନା କଟକଣାକୁ ଆହୁରି କଡାକଡି କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।