ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ୩ ଦିନ ହେଲା ଲଗାତର ଭାବେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଦିନକୁ ଦିନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପାରଦ ତଳକୁ ଖସିଛି । ଦାରିଙ୍ଗବାଡିରେ ତାପମାତ୍ରା ୫ ଡିଗ୍ରୀ ଥିବା ସହିତ ତୁଷାରପାତ ହୋଇଥିବା ମଧ୍ୟ ଜଣା ପଡିଛି । ତେବେ ଫୁଲବାଣୀଠାରେ ସବୁଠୁ ବେଶୀ ଥଣ୍ଡା ଅନୁଭୂତ ହୋଇଛି । ଫୁଲବାଣୀରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିଲା । ରାଜ୍ୟର ୧୨ଟି ଅଞ୍ଚଳରେ ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀ ୪, ଦାରିଙ୍ଗବାଡି ୫, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ ୭,ଝାରସୁଗୁଡା ୭.୮, ଭବାନୀପାଟଣା ୮, କେନ୍ଦୁଝର ୮.୮, ବାରିପଦା ୯, ବୌଦ୍ଧ ୯, ବଲାଙ୍ଗୀର ୯.୨ ଏବଂ ସୋନପୁରରେ ୯.୪ ଡିଗ୍ରୀ ତାପମାତ୍ରା ରହିଥିଲା ।
ତେବେ କଟକ ଭୁବନେଶ୍ଵରରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହୋଇଥିଲା । କଟକର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା । କଟକର ଆଠଗଡଠାରେ ୧୪.୫ ଡିଗ୍ରୀ, ବାଙ୍କିରେ ୧୧.୫, ମୁଣ୍ଡଳିରେ ୧୨.୮ ଓ ରେଭେନ୍ସା କଲେଜ ନିକଟରେ ୧୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।