ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଭକ୍ତ ଓ ଭଗବାନଙ୍କର ହେଲା ମିଳନ । ଦୀର୍ଘ ୯ ମାସର ଅପେକ୍ଷାର ଅନ୍ତ ଘଟିଛି । ୯ ମାସ ପରେ ପତିତପାବନଙ୍କ ମୁଖ ଦର୍ଶନ କରି ଭାବବିହ୍ଵଳ ହେଲେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥା ପାଇଁ ସମସ୍ତ ପ୍ରସ୍ତୁତିପର୍ବ ସରିସାରିଛି । ସକାଳ ୭.୩୦ରୁ ଆରମ୍ଭ ହୋଇଛି ଭଗବାନଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଛି ।
ମାର୍କେଟ ଛକରୁ ବାରିକେଡ କରି ଭକ୍ତଙ୍କୁ ସିଂହଦ୍ଵାରରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରଥମେ ସେବାୟତ ପରିବାର ତିନିଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଏ ମାକ୍ସ, ସାନିଟାଇଜର, ସାମାଜିକ ଦୂରତା ରକ୍ଷା କରିବା ଆଦି ସମସ୍ତ ନିୟମକୁ କଡାକଡି ଭାହେ ପାଳନ କରାଯାଉଛି । ଡିସେମ୍ଵର ୨୩ , ୨୪ ଓ ୨୫ ତାରିଖ ତିନି ଦିନ ଧରି ସେବାୟତ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ଏହାବ୍ୟତୀତ ସ୍ୱତନ୍ତ୍ର ବ୍ୟାରିକେଡ଼ ଦେଇ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ଜାନୁଆରୀ ୩ରୁ ଜିଲ୍ଲା ବାହାରର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।