ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିଛନ୍ତି । ଏ ବିଶ୍ୱବିଦ୍ୟାଳୟ ୧୩ ଜୁଲାଇ ୧୯୯୮ରେ ସ୍ଥାପନ କରାଯାଇଥିଲା । ଆଜିଠାରୁ ଏହା ମୟୁରଭଞ୍ଜର ମହାରାଜା ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପରିଚିତ ହେବ।
ଏହାସହ ବାରିପଦାରେ ଥିବା ଶ୍ରୀ ରାମଚନ୍ଦ୍ର ପାଠାଗାର ଯାହା ଜୁବୁଲି ଲାଇବ୍ରେରୀ ଭାବରେ ପରିଚିତ ତାହାର ପୁନରୁଦ୍ଧାର ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ରାଜ୍ୟ ଭାଷା ସଂସ୍କୃତି ବିଭାଗ ପାଠାଗାରର ନୂତନୀକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।