ସନ୍ଷ୍ଟାର ଟିଭି ବ୍ୟୁରୋ
ପଶ୍ଚିମବଙ୍ଗ: କୋଲକାତାର ଦକ୍ଷିଣେଶ୍ଵରକୁ ପ୍ରଥମ ଥର ମେଟ୍ରୋ ଟ୍ରେନ ଯାତାୟାତ କରିବା ପାଇଁ ପରୀକ୍ଷା ହୋଇଛି । ତେବେ ପ୍ରଥମ ପରୀକ୍ଷାରେ ଏହି ଟ୍ରେନ ସଫଳତା ପୂର୍ବକ ୪ କି.ମି ଯାତ୍ରା କରିଛି । ଏହି ଟ୍ରେନ ପଶ୍ଚିମବଙ୍ଗର ଉତ୍ତର ଦକ୍ଷୀଣ କରିଡୋରରୁ ଦକ୍ଷିଣେଶ୍ଵର ଯାଏଁ ଯାତ୍ରା କରିବ ।
ପଶ୍ଚିମବଙ୍ଗର ରେଳ ମନ୍ତ୍ରୀ କହିଛନ୍ତି ଯେ ଏହି ଟ୍ରେନ ଯାତ୍ରା କରିବା ପାଇଁ ପୁରା ପ୍ରସ୍ତୁତ ହୋଇଗଲା ପରେ ଯୋଗାଯୋଗରେ ଏକ ଗୁରୁତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଏବଂ ଦକ୍ଷିଣଶ୍ଵରୀ ମନ୍ଦିରକୁ ଭକ୍ତମାନେ ସୁବିଧାରେ ଯାତାୟତ କରିପାରିବେ ।
ଏବେ ସୁଦ୍ଧା ଦେଶରେ ମୁମ୍ଵାଇ, ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ ସମେତ ଅନେକ ପ୍ରମୁଖ ସହରରେ ମେଟ୍ରୋ ଟ୍ରେନ ୫୦୦ କି.ମି ମଧ୍ୟରେ ଗମନାଗମନ କରୁଛି ।