ସନ୍ଷ୍ଟାର ଟିଭି ବ୍ୟୁରୋ
ଚାନ୍ଦିପୁର: ବାଲେଶ୍ଵରଠାରେ ଅବସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ MR-SAM କ୍ଷେପଣାସ୍ତ୍ରର ସଫଳ ଭାବେ ପରୀକ୍ଷଣ କରାଯାଇଛି । DRDO ଦ୍ଵାରା ହୋଇଛି ଏହି ପରୀକ୍ଷା । ୩ ନମ୍ବର ଲଞ୍ଚ ପ୍ୟାଡରୁ ୩ଟା ୫୫ରେ ସମୟରେ ଏହାର ପରୀକ୍ଷା କରାଯାଇଛି । ଏହି ମିସାଇଲରେ ୬୦ କେଜି ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଏହି କ୍ଷେପଣାସ୍ତ୍ରର ସମସ୍ତ ଯନ୍ତ୍ରାଂଶ ଗୁଡିକ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ।
ଏହି ମିସାଇଲର ପରୀକ୍ଷଣ ସମୟରେ ଲଞ୍ଚପ୍ୟାଡର ୨.୫ କିମି ପରିଧିରୁ ୫ ଗ୍ରାମର ପ୍ରାୟ ୩୭୨୩ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । କାଲି ପୂର୍ବାହ୍ନରେ ମଧ୍ୟ ଆଉ ଏକ ପରୀକ୍ଷା ହୋଇପାରେ ।
DRDO today successfully carried out the trials of the Medium Range Surface to Air Missile systems developed for the Indian Army. In the trials, the missile secured a direct hit on the target: Sources
— ANI (@ANI) December 23, 2020