ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡିର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦଳର ପ୍ରତିଷ୍ଠା ଦିବସ ଅବସରରେ ଦଳର ସଦସ୍ୟମାନଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ । ପ୍ରସ୍ତୁତ କରାଯିବ ଏକ ବର୍ଷର ଏଜେଣ୍ଡା । ତେବେ ଭିଡିଓ କନ୍ଫେରସିଙ୍ଗ ଜରିଆରେ ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ ।
କେତେକ ରାଜନୈତିକ ତଥା ସାଙ୍ଗଠନିକ ପ୍ରସ୍ତାବମାନ ମଧ୍ୟ ଆଗତ କରାଯାଇଛି । ଓଡିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ରେ ସଂଶୋଧନ ଆଣିବା ତଥା ଏକକ ପରୀକ୍ଷା ନୀତି ଅବଲମ୍ବନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକରେ କ୍ୟାମ୍ପସ କମିଟି ଗଠନରେ ୫୦ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯିବାକୁ ପ୍ରସ୍ତାବ ଆଗତ କରାଯାଇଛି । ଆଉ ମଧ୍ୟ ଓଡିଶାର ପ୍ରତ୍ୟେକ ମହାବିଦ୍ୟାଳୟ ତଥା ବିଶ୍ଵବିଦ୍ୟାଳୟ ଗୁଡିକରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ଵଚ୍ଛତା ଓ ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ ବିଷୟରେ ଜନସଚେତନତା କାର୍ଯ୍ୟକ୍ରମଗୁଡିକୁ ହାତକୁ ନିଆଯିବାର ପ୍ରସ୍ତାବ ଆଗତ କରାଯାଇଛି ।