ସନ୍ଷ୍ଚାର ଟିଭି ବ୍ୟୁରୋ
ଇଣ୍ଟେରିୟର୍ ଡିଜାଇନର ମୃତ୍ୟୁ ମାମଲା ଏବଂ ଟଆରପି ସ୍କାମ ଭଳି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ରିପବ୍ଲିକ ଭାରତ ଟିଭିର ମୁ୍ଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଯୋଗ ରହିଚି କି ଅର୍ଣ୍ଣବ ଚ୍ୟାନେଲରେ ବିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମ ଉଲଙ୍ଘନ କରିଛନ୍ତି ।
ତେବେ ଜାତି, ବର୍ଣ୍ଣ ଏବଂ ଧର୍ମ ଆଧାରରେ ହେଟ୍ ସ୍ପିଚ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଜରିମାନା ପାଇଁ ଦିଆଯାଇଥିହା ଆଦେଶରେ କୌଣସି ଧର୍ମ କିମ୍ବା ଜାତିକୁ ବାଧିବା ପରି ଅତ୍ୟଧିକ ଶଦ୍ଦ ବ୍ୟବହାର ନକରିବା ପାଇଁ କୁହାଯାଇଛି । କାର୍ଯ୍ୟକ୍ରମରେ କୁହାଯାଇଥିବା ଶଦ୍ଦ ଅନେକ ବ୍ୟକ୍ତିଙ୍କୁ ଆଘାତ ଦେଇଥିବା କୁହାଯାଉଛି। ଏହା ଲୋକମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବ ବୋଲି ଏହି ଆଦେଶରେ କୁହାଯାଇଛି ।