ସନ୍ଷ୍ଟାର ଟିଭି ବ୍ୟୁରୋ
ପାକିସ୍ତାନରେ ଅଣ୍ଡା ଦର ହୁ ହୁ ହୋଇ ବଢିଚାଲିଛି । ମିଳିଥିବା ସୂଚନା ମୁତାବକ ପାକିସ୍ତାନରେ ଗୋଟିଏ ଡର୍ଜନ ଅଣ୍ଡା ପାଇଁ ଗ୍ରାହକଙ୍କୁ ୩୫୦ ଟଙ୍କା ଦେବାକୁ ପଡୁଛି । ଏହାର ଅର୍ଥ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କାରେ ପହଂଚି ସାରିଛି । କେବଳ ଅଣ୍ଡା ନୁହେଁ କରୋନା ମହାମାରୀ ବେଳେ ପନିପରିବା ଓ ରୋଷେଇ ଗ୍ୟାସର ଦର ବି ଅହେତୁକ ଭାବେ ବୃଦ୍ଧି ପାଇଛି । ରାୱଲପିଣ୍ଡିରେ ଅଦା କେଜି ପ୍ରତି ୧ ହଜାର ଟଙ୍କାରେ ପହଂଚିଛି । ସେହିଭଳି ଗହମ କେଜିପ୍ରତି ୬୦ ଟଙ୍କା ଛୁଇଁଛି । ଫଳରେ ପାକିସ୍ତାନୀମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଏବେ ମହଙ୍ଗା ହେବାରେ ଲାଗିଛି ।