ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ୫ ବର୍ଷର କୁନି ପରୀ ହତ୍ୟା ମାମଲାରେ ତଥ୍ୟ ପ୍ରଦାନ ପାଇଁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସମିଟ । ପ୍ରେସ ମିଟ ଡକାଇ ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା । ଅଭିଯୁକ୍ତ ସରୋଜ ସେଠୀ ହତ୍ୟା କରିଥିବା ନେଇ ନିଜେ ମାନିଛି ବୋଲି କହିଛନ୍ତି ଅରୁଣ ।ଘଟଣାର ପୁରା କାହାଣୀ କହିଛନ୍ତି ଅରୁଣ ବୋଥ୍ରା । ଘଟଣା ଦିନ ପରୀ ଅଭିଯୁକ୍ତର ଘରକୁ ଜାମୁକୋଳୀ ଖାଇବା ପାଇଁ ଯାଇଥିଲା । ଅଭିଯୁକ୍ତ ଜଣକ ନିଜ ଘରକୁ ପରୀକୁ ଡାକି ନେଇ ବଳାତ୍କାର କରିବାକୁ ଚେଷ୍ଟା କଲାବେଳେ ପରୀ କାନ୍ଦିଥିଲା । ପରୀ କାନ୍ଦ ଶୁଣି ଭୟରେ ତା ତଣ୍ଟି ଚିପି ଦେଇଥିଲା ଅଭିଯୁକ୍ତ । ତେବେ ମୃତ ଶରୀରକୁ ବଳାତ୍କାର କରିଥିବା ନେଇ ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା ।
ତେବେ ଏହା ପରେ ମୃତ ଦେହକୁ ଏକ ଅଖାରେ ପୁରାଇ ବାଡି ପଟେ ଥିବା ପୋଖରୀ ହୁଡାରେ ପକାଇ ଦେଇଥିଲା ଅଭିଯୁକ୍ତ । ଘରକୁ ଫେରିଲା ପରେ ପରୀର ଲେଙ୍ଗିସ୍କୁ ଦେଖି ପୁଣି ପୋଖରୀ ଭିତରେ ପକାଇ ଦେଇଥିଲା ଅଭିଯୁକ୍ତ । ସେଥିପାଇଁ ସେହି ପୋଖରୀ ପାଣିକୁ ଆଜି ଶୁଖାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।
ତେବେ ପଲିଗ୍ରାଫ୍ ଟେଷ୍ଟ କରିବା ସମୟରେ ମଧ୍ୟ ଅଭିଯୁକ୍ତ ସତ ମାନିଥିବା ଜଣାପଡିଥିଲା ।ଏହି ଘଟଣାର କହି ପ୍ରତ୍ୟକ୍ଷଦର୍ଶୀ ନଥିବା କହିଛନ୍ତି ଅରୁଣ ।
ଘଟଣା ପୂର୍ବ ଦିନ ରାତି ସାରା ଅଭିଯୁକ୍ତ ସରୋଜ ନିଜ ଭଉଣୀର ମୋବାଇଲରୁ ଅଶ୍ଳୀଳ ଭିିଡିଓ ଦେଖିଥିଲା । ତେବେ ଅଶ୍ଳୀଳ ଭିଡିଓ ଦେଖି ଅଭିଯୁକ୍ତ ଏପରି କାଣ୍ଡ ଭିଆଇଥିବା କହିଛନ୍ତି ଅରୁଣ ।