ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି କର୍ମଚାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଅଙ୍ଗନୱାଡି କର୍ମୀ । ନମିତା ଦଳାଇ ନାମକ ଏହି ଅଙ୍ଗନୱାଡି କର୍ମୀଙ୍କର ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଗଳିରେ ଥିବା ବାସଭବନ, ଗଣେଶ ନଗରର ୪ ନମ୍ବର ଗଳିରେ ଥିବା କୋଠା, ଭୁବନେଶ୍ୱର ସୁନ୍ଦରପଦା ସମେତ ଦୁଇଟି ସ୍ଥାନରେ ଥିବା ବଡ ବଡ ଘର ଓ ଅଫିସ କାର୍ଯ୍ୟାଳୟରେ ଚଢାଉ କରାଯାଇଛି । ଭିଜିଲାନ୍ସର ୭ଟି ଟିମ ଏକକାଳୀନ ଭାବେ ଅଙ୍ଗନୱାଡି କର୍ମଚାରୀଙ୍କର ୭ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିଳିଛି ।