ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦୀର୍ଘ ୬୫ ବର୍ଷ ପରେ ନବୀକରଣ ହେବାକୁ ଯାଉଛି ଓଡିଶା ଆନ୍ଧ୍ର ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ। ଏନେଇ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାର ସହମତି ପ୍ରକାଶ କରିଥିବା ସୂଚନା ମିଳିଛି ।ଏଥିନିମନ୍ତେ ୫୦ ପ୍ରତିଶତ ଲେଖାଏଁ ଖର୍ଚ୍ଚ କରିବା ପାଇଁ ଚୁକ୍ତି ହୋଇଥିବା ବେଳେ ବିଦ୍ୟୁତ ପ୍ରକଳ୍ପର ନବୀକରଣ ପରେ ଅଧିକ ୩୦% ବିଦ୍ୟୁତ ଉତ୍ପାଦନ ହେବା ନେଇ ଯୋଜନା ରହିଛି। ଉଭୟ ସରକାର ଏହି ମେଗା ପ୍ରକଳ୍ପ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ସେହିପରି ପ୍ରକଳ୍ପର ନବୀକରଣ ପରେ ୧୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ପରିବର୍ତ୍ତେ ୧୫୦ ମେଗାୱାଟ ଉତ୍ପାଦନ ହାଇପାରିବ। ବିଦ୍ୟୁତ ପ୍ରକଳ୍ପର ନବୀକରଣ ନିମନ୍ତେ ୫ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇସାରିଛି। ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ କରାଯିବାକୁ ଥିବା ବେଳେ ବିଦ୍ୟୁତ ପ୍ରକଳ୍ପର ନବୀକରଣ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୨ରୁ ୩ ବର୍ଷ ଲାଗିବ ବୋଲି ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।