ସନ୍ଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ – ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରିଛି ଆମେରିକା । ସୋମବାର ଦିନ ଡୋନାଲ୍ଡ ଟ୍ରମ୍ପ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଷ୍ଠିତ ‘ଲୀଜନ୍ ଅଫ୍ ମେରିଟ୍’ (Legion of Merit) ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ଭାରତ ଓ ଆମେରିକାର ରଣନୀତିକ ପାର୍ଟନରସିପ୍କୁ ବୃଦ୍ଧି କରାଇବାରେ ମୋଦୀଙ୍କ ନେତୃତ୍ୱ ଓ ଭାରତକୁ ଏକ ବିଶ୍ୱ ସ୍ତରୀୟ ଶକ୍ତିଶାଳୀ ଦେଶ ଭାବେ ବାହାରିବା ପାଇଁ ଦିଆଯାଇଛି । ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ୍ ସିଂହ ସନ୍ଧୁ ପିଏମ୍ ମୋଦିଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରାୟନ ହ୍ୱାଇଟ୍ ହାଉସ୍ରେ ଏହି ପୁରସ୍କାର ଦେଇଛନ୍ତି । ବ୍ରାୟନ ଏକ ଟ୍ୱିଟ୍ କରି କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଓ ଭାରତର ରଣନୀତିକ ପାର୍ଟନରସିପ୍ ବଢ଼ାଇବାରେ ତାଙ୍କର ନେତୃତ୍ୱ ପାଇଁ ‘ଲୀଜନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଉଲ୍ଲେଖନୀୟ ଯେ, ‘ଲୀଜନ୍ ଅଫ୍ ମେରିଟ୍’ ଆମେରିକାର ସବୁଠୁ ସମ୍ମାନିତ ଆୱାର୍ଡ ଠାରୁ ଗୋଟିଏ । ଯାହାକି କୌଣସି ଦେଶ ବା ସରକାରର ପ୍ରମୁଖ ବ୍ୟକ୍ତିଙ୍କୁ ଦିଆ ଯାଇଥାଏ ।
“President @realDonaldTrump presented the Legion of Merit to Indian Prime Minister Narendra Modi for his leadership in elevating the U.S.-India strategic partnership. Ambassador @SandhuTaranjitS accepted the medal on behalf of Prime Minister Modi.” –NSA Robert C. O’Brien pic.twitter.com/QhOjTROdCC
— NSC (@WHNSC) December 21, 2020