ସନ୍ଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ପକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମେ ପୁରୀ ଶ୍ରୀମନ୍ଦିର, ସମଲେଶ୍ଵରୀ, ଆଖଣ୍ଡଳମଣୀ ପରେ ଏବେ ଖୋଲିବାକୁ ଯାଉଛି ଜଗତସିଂହପୁରର ସୁପ୍ରସିଦ୍ଧ ଶାରଳା ଓ ଗୋରେଖନାଥ ମନ୍ଦିର । ଆସନ୍ତାମାସ ଅର୍ଥାତ ଜାନୁଆରୀ ୩ ତାରିଖରୁ ଏହି ଦୁଇଟି ମନ୍ଦିର ଖୋଲାଯିବ ବୋଲି ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ପ୍ରତେକ ଦିନ ସକାଳ ୮ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ୫୦୦ରୁ ଅଧିକ ଭକ୍ତ ଦର୍ଶନ କରି ପାରିବେ ନାହିଁ ବୋଲି କୁହାଯାଇଛି । ମକର ସଂକ୍ରାନ୍ତିରେ ମନ୍ଦିରରେ ହେଉଥିବା ଭିଡକୁ ରୋକିବା ପାଇଁ ଏହି ଦିନ ଉଭୟ ମନ୍ଦିର ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।