ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଦୀର୍ଘ ଦିନ ଧରି ଯେଉଁ ଅପେକ୍ଷା କରାଯାଇଥିଲା ତାହାର ଅନ୍ତ ହେବାକୁ ଯାଉଛି । ସୂଚନା ଅନୁଯାୟୀ, ଡିସେମ୍ଵରର ଶେଷ ସପ୍ତାହ ବେଳକୁ କରୋନା ଟିକା ନୂଆଦିଲ୍ଲୀରେ ପହଞ୍ଚିବାକୁ ଯାଉଛି କରୋନା ଟିକାର ପ୍ରଥମ ସ୍ଲଟ । କିନ୍ତୁ କେଉଁ କମ୍ପାନୀ କରୋନା ଟିକା ଦେବାକୁ ଯାଉଛି ତାହା ଏପ୍ରର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଦିଲ୍ଲୀର ରାଜୀବଗାନ୍ଧି ହସ୍ପିଟାଲରେ କରୋନା ଟିକାକୁ ରଖାଯିବାର ଯୋଜନା ରହିଛି। ଏଥିପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ଟିକାକରଣର ପ୍ରଥମ ଚରଣରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦେବାର ଯୋଜନା ରହିଛି। କରୋନା ଟିକାକରଣ କେନ୍ଦ୍ର ପାଇଁ ଦିଲ୍ଲୀରେ ଦୁଇଟି ଜାଗା ଚିହ୍ନଟ କରାଯାଇଛି।
ସେହିପରି ଟିକାର ସଂରକ୍ଷଣ ପାଇଁ ଦିଲ୍ଲୀ ସରକାର ୬୦୦ଟି ଶୀତଳ ଭଣ୍ଡାର ଚିହ୍ନଟ କରିଛନ୍ତି। ସୋମବାରରୁ ଟିକାକରଣରେ ସାମିଲ ହେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିନିକିଆ ଟ୍ରେନିଂ ଦିଆଯାଉଛି।