ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଶିକ୍ଷକମାନଙ୍କ ସହିତ ବୋର୍ଡ ପରୀକ୍ଷା ବିଷୟରେ ଆଲୋଚନା କରିଛନ୍ତି । ଭିଡିଓ କନ୍ଫେରନ୍ସ ଜରିଆରେ ଶିକ୍ଷକମାନଙ୍କ ସହ ଆଲୋଚନ କରିଥିଲେ ପୋଖରିୟାଲ । ଦଶମ ଓ ଦ୍ଵାଦଶ ପରୀକ୍ଷାକୁ ନେଇ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ଶିକ୍ଷାମନ୍ତ୍ରୀ । ସେ କହିଛନ୍ତି ଯେ ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ କରିବାକୁ ଦିଆଯିବ ନାହିଁ । ପରୀକ୍ଷା ସ୍ଥଗିତ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଖୁବ ପ୍ରଭାବ ପଡିବ । ତେବେ ଫେବୃଆରୀ ଯାଏଁ ପରୀକ୍ଷା କରାଯିବ ନାହିଁ । ଅନ୍ଲାଇନ ମାଧ୍ୟମରେ ମଧ୍ୟ ପରୀକ୍ଷା କରାଯିବ ନାହିଁ । ତେବେ କେବେ ପରୀକ୍ଷା କରାଯିବ ସେ ନେଇ କୌଣସି ସୂଚନା ଦେଇନାହାନ୍ତି ଶିକ୍ଷାମନ୍ତ୍ରୀ ।