ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡ୍ ହାସ୍ୟଜଗତରେ ଲୋକପ୍ରିୟ ଓଡିଆ ଅଭିନେତା ବିଶ୍ଵ କଲ୍ୟାଣ ରଥ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବିବାହ କରିଛନ୍ତି ଓଡିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀଙ୍କୁ । ଦୁହିଁଙ୍କ ଜନ୍ମ ଓଡ଼ିଶାରେ ହୋଇଥିଲେ ମଧ୍ୟ ଦୁହେଁ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୁହେଁ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି ।ତେବେ ବିବାହ ବେଶରେ ଖୁବ ସୁନ୍ଦର ଲାଗୁଥିଲେ ସୁଲଗ୍ନା ଓ ବିଶ୍ଵ ।
ବିଶ୍ବ ଆମାଜନ ପ୍ରାଇମରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ କମିକସ୍ତାନରେ ବିଚାରକଭାବେ ନଜର ଆସିଥିବା ବେଳେ ଆମାଜନ ଅରିଜିନାଲ ସିରିଜ ‘ଲାଖୋଁ ମେଁ ଏକ’ ତିଆରି କରିଥିଲେ, ଯାହାର ୨ଟି ସିଜିନ ରିଲିଜ ହୋଇ ସାରିଛି । ଅନ୍ୟପକ୍ଷରେ ସୁଲଗ୍ନା ଫିଲ୍ମ ‘ମର୍ଡର-୨’, ‘ଇସ୍କ ୱାଲା ଲଭ୍’, ‘ଇଶାଇ’, ‘ଗୁରୁ ଦକ୍ଷିଣା’ ଏବଂ ‘ରେଡ୍’ ଭଳି ଫିଲ୍ମରେ ନଜର ଆସିଥିବା ବେଳେ ‘ଅମ୍ବର ଧାରା’, ‘ଦୋ ସହେଲିଆଁ’ ଏବଂ ‘ବିଦାଇ’ ଭଳି ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି।