ସନ୍ଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ନେଇଛନ୍ତି କରୋନା ଟିକା । ୭୮ ବର୍ଷୀୟ ବାଇଡେନ ନ୍ୟୁୟର୍କର ଖ୍ରୀଷ୍ଟିଆନାକେୟାର୍ ହସ୍ପିଟାଲ୍ରେ ଫାଇଜର ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇଛନ୍ତି । କରୋନା ଟିକା ଉପଲବ୍ଧ ହେଲେ ଯେପରି ସମସ୍ତେ ନିର୍ଭୟରେ ଟିକା ନେଇପାରିବେ ସେଥିପାଇଁ ବାଇଡେନ ସର୍ବସାଧାରଣଙ୍କ ଆଗରେ ଟିଭିରେ ସିଧାପ୍ରସାରଣ ସମୟରେ କରୋନା ଟିକା ନେଇଛନ୍ତି ଓ ଟିକା ନେବା ପରେ ସେ ଆମେରିକାବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି କରୋନା ଟିକା ପାଇଁ କୌଣସି ଭୟ କରିବାରେ ନାହିଁ ।
ତେବେ କରୋନା ଟିକା ନେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବାଇଡେନ୍। ସେ ଲେଖିଛନ୍ତି “ଆଜି ମୁଁ କରୋନା ଟିକା ନେଇଛି। ବୈଜ୍ଞାନିକମାନେ ଯଥା ସମ୍ଭବ ପ୍ରୟାଶ କରିଛନ୍ତି। ଆପଣମାନଙ୍କୁ ଧନ୍ୟବାଦ। ଆପଣଙ୍କ ପାଖରେ ଆମେ ଋଣୀ।” ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆମେରିକାର ଲୋକମାନଙ୍କୁ ଏହା କହିବାକୁ ଚାହୁଁଛି ଯେ ଏଥିରେ ଭୟ କରିବାରେ କୌଣସି କଥା ନାହିଁ। ଯେତେବେଳେ ଭ୍ୟାକ୍ସିନ୍ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ସେତେବେଳେ ସମସ୍ତେ ଟିକା ନେବାକୁ ଅନୁରୋଧ କରୁଛି ବୋଲି ବାଇଡେନ କହିଛନ୍ତି।
Today, I received the COVID-19 vaccine.
To the scientists and researchers who worked tirelessly to make this possible — thank you. We owe you an awful lot.
And to the American people — know there is nothing to worry about. When the vaccine is available, I urge you to take it. pic.twitter.com/QBtB620i2V
— Joe Biden (@JoeBiden) December 22, 2020