ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା କାରଣରୁ ରେଳ ଚଳାଚଳ ବନ୍ଦ ରହିଥିଲା । ହାତୀକୁ ଧକ୍କା ଦେଇ ପୁରୀ-ସୁରଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସମ୍ବଲପୁର ରୁଟରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ ।
ରେଳ ଧାରଣା ମରାମତି ପରେ ସ୍ୱାଭାବିକ ଭାବେ ଗଡିଛି ସମସ୍ତ ଟ୍ରେନ୍ । ସୂଚନା ଅନୁଯାୟୀ ବିଳମ୍ବିତ ରାତି ୨ଟା ୪ମିନିଟରେ ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର।