ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ବର୍ଷର ସବୁଠୁ ଛୋଟ ଦିନ ଏବଂ ଆଜିଠୁ ମହାକାଶରେ ଅନେକ ପରିବର୍ତ୍ତନ ଦେଖାଯିବ । ପ୍ରତିବର୍ଷ ଏହି ଦିନଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ତେବେ ଗତବର୍ଷ ଏହି ଦିନ ଡିସେମ୍ବର ୨୨ ତାରିଖରେ ପଡିଥିବା ବେଳେ ଚଳିତ ବର୍ଷ ଏହି ଦିନଟି ଡିସେମ୍ବର ୨୧ତାରିଖରେ ପଡିଛି । ବର୍ଷର ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ ।
ତେବେ ଆଜି ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ଛୋଟ ହୋଇଥାଏ । ଅର୍ଥାତ୍ ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଏହି ଭାଗଅଂଶରେ ଖୁବ୍ କମ ସମୟ ପାଇଁ ନଜର ଆସିବ । ସେହିଭଳି ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ସୂର୍ଯ୍ୟ ଅଧିକ ସମୟ ଧରି ରହିବ । ଏଭଳି ପରିସ୍ଥିତିରେ ଏହି ଭାଗଅଂଶରେ ଆସୁଥିବା ଦେଶ ତଥା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଉଛି।
ଅର୍ଥାତ୍ ସେଠାରେ ଆଜି ବର୍ଷର ସବୁଠୁ ଲମ୍ବା ତଥା ବଡ ଦିନ । ଏହି ଦିନରେ ରାତି ସବୁଠାରୁ ଛୋଟ ହୋଇଥାଏ । ୨୦ରୁ ୨୩ ଜୁନ ମଧ୍ୟରେ କୌଣସି ବି ଦିନରେ ଏହି ଦିନଟି ପଡିଥାଏ । ଆଉ ଗୋଟିଏ ସମୟ ଏଭଳି ବି ଆସିଥାଏ କି ଯେଉଁଥିରେ ଦିନରାତି ଉଭୟ ସମାନ ରହିଥାନ୍ତି । ତେବେ ଏହି ବେଳା ଗୋଟିଏ କିମ୍ବା ଦୁଇଦିନ ନହୋଇ ବରଂ ମାର୍ଚ୍ଚ ୨୧ ତାରିଖରୁ ୨୩ ସେପ୍ଟେମ୍ବର ମଧ୍ୟରେ ପଡେ, ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଆକାଶରେ ପ୍ରାୟ ସମାନ ସମୟ ପାଇଁ ନଜର ଆସନ୍ତି ।