ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଶୀତର ପ୍ରଭାବ । ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ଶୀତର ପ୍ରଭାବ ଅନୁଭୂତ ହୋଇଛି । ରାଜ୍ୟର ପ୍ରାୟ ୧୦ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହି ଥିବାବେଳେ ଅନ୍ୟ ସହରର ତାପମାତ୍ରା ମଧ୍ୟ କମ୍ ରହିଥିବାର ଜଣା ପଡିଛି । ତେବେ ଫୁଲବାଣୀରେ ସବୁଠୁ ଅଧିକ ଶୀତର ପ୍ରଭାବ ଜାରି ରହିଥିଲା । ଏଠାରେ ଗତ କାଲି ରାତିରେ ତାପମାତ୍ରା ୪ ଡିଗ୍ରୀ ରହିଥିଲା । ତେବେ ଏହା ପରେ ଝାରସୁଗୁଡାରେ ୫.୮ଡିଗ୍ରୀ, ଦାରିଙ୍ଗବାଡିରେ ୬ଡିଗ୍ରୀ, ଅନୁଗୁଳରେ ୬.୬ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ଭବାନୀପାଟଣାରେ ୭.୮ ଡିଗ୍ରୀ, ବଲାଙ୍ଗୀରରେ ୮.୮ ଡିଗ୍ରୀ, ବୌଦ୍ଧରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୩ ଡିଗ୍ରୀ, ସୋନପୁରରେ ୯.୪ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଥିଲା ।
ତେବେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ୧୨.୩ ଡିଗ୍ରୀ ତାପମାତ୍ରା ରହିଥିଲା ବେଳେ କଟକରେ ୧୧ ଡିଗ୍ରୀ ସେଲସିୟସ ରହିଥିଲା ।
କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ମଧ୍ୟ ଶୀତର ଲହରୀ ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।