ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଦଳୀୟ କର୍ମୀମାନେ ଯୋଗ ଦେଇଛନ୍ତି । ତେବେ ଭର୍ଚୁଆଲରେ ଏହି ବୈଠକରେ ଯୋଗ ଦେଇଛନ୍ତି ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଅନୁସାରେ ଏହି ବୈଠକରେ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତ୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ନିଜର ମତାମତ ଦେବାକୁ କହିଛନ୍ତି ଦଳର ସୁପ୍ରିମୋ । ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଯାହା ପ୍ରସ୍ତାବ ଆଗତ ହୋଇଥିଲା, ତାକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ । ଏହା ସହ ଅନେକ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ସଶକ୍ତ କରାଯିବ ସେ ନେଇ ଆଲୋଚନା କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ ସାଂସଦ ମମତା ମହନ୍ତ।