ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ଲୋମଟାଙ୍କୁରା ଘଟଣା ନୟାଗଡ ପରୀ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) । । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ । ତେବେ ଅଭିଯୁକ୍ତଙ୍କ ବିରୋଧରେ IPCର ଧାରା ୩୭୬-ଏ,୩୭୬-ଏବି,୩୬୪,୩୦୨,୨୦୧ ଭଳି ସଙ୍ଗୀନ ଦଫା ଲାଗିଛି । ଆଜି ଅଭିଯୁକ୍ତଙ୍କୁ ପକ୍ସୋ କୋର୍ଟରେ ହାଜର କରାଯିବ ।
ଗତ ୨ ତାରିଖରେ ଏହି ଛାତ୍ରପ ରକ୍ତ, ଲାଳ, ଆଦି ପରୀକ୍ଷା ହୋଇଥିବା ବେଳେ ତାର ମୋବାଇଲ ମଧ୍ୟ ଜବତ କରାଯାଇଥିଲା । ପରେ ତାର ପ୍ୟାଣ୍ଟସାର୍ଟ, ବିଛଣାପତ୍ର ଆଦି ଜବତ କରିଥିଲା ଏସ୍ଆଇଟି । ଏସବୁକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି ।
ପରୀ ହତ୍ୟା ମାମଲାର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଟିମ୍ କରୁଛନ୍ତି । ଗତ ଜୁଲାଇ ୨୩ରେ ନୟାଗଡ଼ ଜିଲ୍ଲା ଯଦୁପୁରର ପରୀକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା । ପରୀକୁ ପରେ ଘର ବାରିପଟେ ଅସ୍ତି କଙ୍କାଳକୁ ଫିଙ୍ଗି ଦିଆଯାଇଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା ତଦନ୍ତ ।