ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ଆଜି ବଲିଉଡର ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସରେ ପହଞ୍ଚିଛନ୍ତି । ତେବେ ତାଙ୍କୁ ଗତ ସପ୍ତାହରେ ଏନ୍ସିବି ପକ୍ଷରୁ ସମନ ଜାରି କରାଯାଇଥିଲା । ତେବେ କିଛି ଦିନ ତଳେ ତାଙ୍କ ବାନ୍ଧବୀ ଗାର୍ବିଏଲା ଓ ତାଙ୍କ ଭାଇଙ୍କୁ ମଧ୍ୟ ଏନ୍ସିବି ପଚରାଉଚରା କରିଥିଲା ଓ ଗାର୍ବିଏଲାଙ୍କ ଭାଇ ଆଜିସିଲାଓସ୍ ଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ମଧ୍ୟ କରିଥିଲା ।
ନଭେମ୍ଵର ମାସରେ ଏହି ସଂସ୍ଥା ରାମପାଲଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଚଢାଉ କରି ରାମପାଲଙ୍କ ଲାପଟପ, ମୋବାଇଲ୍, ପେନ୍ଡ୍ରାଇଭ୍ ଗୁଡିକୁ ଜବତ କରିଥିଲା । ତେବେ ନଭେମ୍ବର ୧୩ ରେ ରାମପାଲଙ୍କୁ ନାର୍କୋଟିକ୍ସ ସଂସ୍ଥା ଡକାଇ ପ୍ରାୟ ୭ ଘଣ୍ଟାର ଜେରା କରିଥିଲେ ।
ତେବେ ଏହି ଡ୍ରଗ୍ସ ମାମଲାରେ ବଲିଉଡ ଜଗତର ନାମୀଦାମୀ ବ୍ୟକ୍ତି ତଥା ରିଆ ଚକ୍ରବୋର୍ତ୍ତୀ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ଦିପିକା ପାଦୁକୋନ, କରଣ ଜୋହର, ରକୁଲ୍ ପ୍ରୀତ୍ ଆଦି ଫସିଛନ୍ତି ।