ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଜେଡିର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଦଳୀୟ କର୍ମୀମାନେ ଯୋଗ ଦେଇଛନ୍ତି । ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଛନ୍ତି ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । ସେଥିମଧ୍ୟରୁ ସରକାରୀ ସ୍କୁଲରେ ପଢିଲେ ସଂରକ୍ଷଣ ରଖିବା ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏ ନେଇ ଜଣେ ଦଳୀୟ କର୍ମକର୍ତ୍ତା ପ୍ରସ୍ତାବ ଦେଇଥିଲେ । ସେ ଲେଖିଥିଲେ ଯେ ରାଜ୍ୟ ଜନସଂଖ୍ୟାର ୪୦% ରୁ ଅଧିକ ଜନସଂଖ୍ୟା ଅନ୍ୟାନ୍ୟ ପଛୁଆ ବର୍ଗ ହୋଇଥିବା ସତ୍ତ୍ଵେ ସେମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ କୌଣସି ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ । ସେଥିପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ କହିଥିଲେ ଦଳୀୟ କର୍ମୀ ଓ ଏହାକୁ ସରକାର ଅନୁମୋଦନ ମଧ୍ୟ ଦେଇଛନ୍ତି । ମେଡିକାଲ ଓ ଇଞିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି ।