ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଆକାଶରେ ଦେଖା ଦେବ ଏକ ବିରଳ ଦୃଶ୍ୟ । ଦୀର୍ଘ ୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ। ତେବେ ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଲୋକେ ଏହାକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ହେବାର ଦେଖିବାକୁ ମିଳିବ। ଏଭଳି ମହାମିଳନ ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଘଟିଥିଲା ।
କିନ୍ତୁ ମାନବ ସମାଜ ଏହାକୁ ଦେଖିପାରିନଥିଲେ। ବୃହସ୍ପତି, ସୂର୍ଯ୍ୟକୁ ପରିକ୍ରମା କରିବାକୁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ ବର୍ଷ ନେଇଥାଏ। ତେଣୁ ପ୍ରତି ୧୯.୮୫ ବର୍ଷରେ ରାତି ଆକାଶରେ ବୃହସ୍ପତି ଶନିକୁ ଅତିକ୍ରମ କରିଥାଏ। ଏହି ସମୟରେ ଗ୍ରହ ଦୁଇଟି ଅତି ପାଖାପାଖି ନଜର ଆସିଥାଏ। ଧୀର ଗତିଶୀଳ ଶନିକୁ ବୃହସ୍ପତି ଅତିକ୍ରମ କରୁଥିବା ଘଟଣାକୁ ମହାମିଳନ ବୋଲି କୁହାଯାଉଛି।