ସନ୍ଷ୍ଟାର ଟିଭି ବ୍ୟୁରୋ
ନଦୀଭିତ୍ତିକ ବନ୍ଦରର ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ଦିନ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପାରାଦୀପ ଏବଂ କେନ୍ଦ୍ରାପଡାରେ ପହଞ୍ଚିଥିବା ଜଣାପଡ଼ିଛି | ସୂଚନାଯୋଗ୍ୟ ,ସକାଳୁ ଅଚାନକ ଗସ୍ତରେ ଆସି ସ୍ଥାନୀୟ ନେହେରୁ ବଙ୍ଗଳା ନିକଟରୁ ଏକ ସ୍ଵତନ୍ତ୍ର ବୋଟ୍ ଯୋଗେ ମହାନଦୀ ମୁହାଣ ନିକଟରେ ସ୍ଥିତି ପରଖିଛନ୍ତି l ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଓ ଇଫକୋର ନିର୍ମାଣାଧୀନ ଜେଟୀର ଏବଂ ବିଭିିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରୁଥିବା ଜଣାପଡ଼ିଛି |
ତାଙ୍କ ସହ ପରିବହନ କମିଶନର ମନୋଜ ମିଶ୍ର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାଏ ପ୍ରମୁଖ ଯୋଗଦେଇଥିବା ଜଣାପଡ଼ିଛି |