ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ ୨୫ ଦିନ ହେଲା ଶୀତକାକରରେ ରାଜରାସ୍ତାରେ ପଡିରହିଛନ୍ତି ହଜାର ହଜାର ଚାଷୀ । ଏଏନ୍ଆଇ ( ନିଉଜ୍ ଏଜେନ୍ସି) ସୂଚନା ଅନୁସାରେ ଆନ୍ଦୋଳନରତ ଚାଷୀଙ୍କୁ ପ୍ରଶ୍ନ କରିବା ସମୟରେ ଜଣେ ଚାଷୀ କହିଛନ୍ତି ଯେ ଏହି ଆଇନ୍କୁ ରଦ୍ଧ କରିଦିଅନ୍ତୁ ଆମେ ୨ ଘଣ୍ଟାରେ ଏହି ସ୍ଥାନ ଛାଡି ପଳାଇଯିବୁ । ଆନ୍ଦୋଳନକୁ ଏତେ ଦିନ ହୋଇଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ । କେନ୍ଦ୍ର ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଚାଷୀମାନେ କୃଷି ଆଇନ ରଦ୍ଧ ନ ହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି ।
ତେବେ କୃଷିମାନଙ୍କୁ ବୁଝାଇବାକୁ ଯାଇ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ଯେ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି । ଏମ୍ଏସ୍ପି ଓ ଏପିଏମ୍ସି ବଳବତ୍ତର ରହିବ । କିନ୍ତୁ ଆଇନକୁ ରଦ୍ଧ କରାଯିବ ନାହିଁ । ଯଦି ଆଇନକୁ ରଦ୍ଧ କରାଯିବ ତେବେ ସବୁ ଆଇନଗୁଡିକୁ ପଛକୁ ନେବା କଥା ଉଠିପାରେ । ସେଥିପାଇଁ କୃଷକମାନଙ୍କୁ ନିବେଦନ କରାଯାଉଛି ଯେ ଏହି ଆନ୍ଦୋଳନକୁ ବନ୍ଦ କରନ୍ତୁ । ସରକାର କୃଷକମାନଙ୍କୁ ଏମ୍ଏସ୍ପି ଓ ଏପିଏମ୍ସି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଲିଖିତ ଆକାରରେ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।