ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ରାଜ୍ୟରେ କିଛି ଦିନ ହେବ ଶୀତର ପ୍ରଭାବ କମ୍ ରହିଥିଲା । ତେବେ ଗତ କାଲି ରାତିରେ ପ୍ରବଳ ଶୀତ ଅନୁଭୂତ ହୋଇଛି ।ରାଜ୍ୟର ପ୍ରାୟ ୧୧ ଟି ସହରରର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ତେବେ ଫୁଲବାଣୀରେ ସବୁଠୁ ଅଧିକ ଶୀତର ପ୍ରଭାବ ଜାରି ରହିଥିଲା ଷ ଏଠାରେ ଗତ କାଲି ରାତିର ତାପମାତ୍ରା ୫.୫ ଡିଗ୍ରୀ ରହିଥିଲା । ତେବେ ଏହା ପରେ ଝାରସୁଗୁଡାରେ ୭.୬, ଅନୁଗୁଳ ୭.୬ ଡିଗ୍ରୀ, ଦାରିଙ୍ଗବାଡି ୯.୦ ଡିଗ୍ରୀ, ବାରିପଦା ୮.୫ ଡିଗ୍ରୀ, କୋରାପୁଟ ୭.୬ ଡିଗ୍ରୀ, ଭବାନୀପାଟଣା ୯.୨ ଡିଗ୍ରୀ, ବଲାଙ୍ଗୀର ୯.୪ ଡିଗ୍ରୀ, କେନ୍ଦୁଝର ୯.୫ ଡିଗ୍ରୀ, ବୌଦ୍ଧ ୧୦.୫ ଡିଗ୍ରୀ, ତାଳଚେର ୧୦.୬ ଡିଗ୍ରୀ, କଟକ ୧୧ ଡିଗ୍ରୀ, ଭୁବନେଶ୍ଵରରେ ୧୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।