ସନ୍ଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: ବଡ ଦିନରେ ଲକଡାଉନ୍ । ପ୍ରତି ବର୍ଷ ଭଳି ଏ ବର୍ଷ ଲଣ୍ଡନରେ ଦେଖା ଯିବନି କ୍ରିସମାସର ପ୍ରଭାବ । କରୋନାର ନୂଆ ଭୂତାଣୁ ଦ୍ରୁତ ଗତିରେ ଲଣ୍ଡନ ଓ ଏହାର ପାଖାପାଖି ଅଞ୍ଚଳରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଶନିବାର ଦିନ ଲଣ୍ଡନରେ ଲକଡାଉନ ଘୋଷଣା କରିଛନ୍ତି । ଏହା ସହ ଖ୍ରୀଷ୍ଟମାସ ସମୟରେ ଭିଡ, କେଳାହଳ କୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ବାତିଲ୍ କରାଯାଇଛି । କ୍ରିସମାସରେ ଲଣ୍ଡନ ବାସୀ ନିଜ ଘର ମଧ୍ୟରେ ରହି ପାଳନ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି କି ଏବେ ଦେଖା ଦେଇଥିବା ନୂଆ ପ୍ରକାରର ଭୁତାଣୁ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ । ଏହାସହ ନୂତନ କରୋନା ଭୂତାଣୁ ପୁରୁଣା ଭୂତାଣୁ ଠାରୁ କେତେ କମ୍ ବା ଅଧିକ ମାରାତ୍ମକ ତା ଉପରେ ଗବେଷଣା ଚାଲିଥିବା ବେଳେ ଏହା ଉପରେ ଟିକା କେତେ ପରିମାଣର ପ୍ରଭାବଶାଳୀ ତାହା ଉପରେ ବି ବୈଜ୍ଞାନିକ ମାନେ ଅନୁଧ୍ୟାନ କରୁଛନ୍ତି । ଏହି ନୂତନ ପ୍ରକାର କରୋନା ଭୂତାଣୁ ବାବଦରେ ଆମ ପାଖରେ ସଠିକ୍ ତଥ୍ୟ ନଥିବାରୁ ଏହାକୁ ନେଇ ଯଥେଷ୍ଟ ସତର୍କତାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି