ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ସକାଳ ୧୦.୩୦ ମିନିଟରେ ଅନୁଷ୍ଠିତ ହେବାକୁ ଯାଉଛି ବିଜେଡିର କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ଦଳୀୟ କର୍ମୀମାନଙ୍କୁ ରାଜନୈତିକ ଟିପ୍ସ ଦେବେ । ସଂଶୋଧନ ହେବ ଦଳର ସମ୍ବିଧାନ । ଏହି ବୈଠକରେ ଦଳର ସାଙ୍ଗଠନିକ ପ୍ରସଙ୍ଗ ଠାରୁ ଆରମ୍ଭ କରି, ଆର୍ଥନୈତିକ, ରାଜନୈତିକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
ଏହି ବୈଠକରେ ସମସ୍ତ ବିଧାୟକ,ସାଂସଦ, ଜିଲ୍ଲା ଓ ରାଜ୍ୟ ପରିଷଦର ସମସ୍ତ ସଭ୍ୟ ଯୋଗ ହେବେ । ବିଜେଡିର ରୂପରେଖ ବିଷୟରେ ଆଲୋଚନା କରାଯିବ । ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟ ବା ଦାୟିତ୍ଵ ବିଷୟରେ ଆଲୋଚନା କରାଯିବ । ଏହି ଦୁଇ ଦିନିଆ ବୈଠକଟି ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ସଞୟ ଦାସ ବର୍ମା । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡି ରଣନୀତି ପ୍ରସ୍ତୁତ କରିବ । ଏହାସହ ଆସନ୍ତା ୨୬ ତାରିଖରେ ଦଳର ପ୍ରତଷ୍ଠା ଦିବସ ନେଇ ମଧ୍ୟ ଆଲୋଚନା ହୋଇପାରେ ।