ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇଯାଇଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଭର୍ଚୁଆଲ ମାଧ୍ୟମରେ ଦଳର ଅନେକ ମୁଖ୍ୟ ନେତାମାନେ ଏହି ବୈଠକରେ ଯୋଗ ହେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ତେବେ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିଛନ୍ତି । ପ୍ରଥମେ ଦିବଂଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦ୍ବୋଧନ ଦେଇଥିଲେ । ତୃଣମୂଳ ସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।
ଏହାପରେ ସମୀର ରଞନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯୟ ଠାରୁ ଆରମ୍ଭ କରି କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ସଫଳ ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ସମୀର ଦାସ । ବିଜେଡି ଉପରେ ଜନତା ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମୀର।
ତେବେ ଏହି ବୈଠକରେ ବିଜେଡିର ଅନେକ ସଂଶୋଧିତ ପ୍ରସ୍ତାବ ଆଗତ କରାଯିବ । କମିଟିର ନୂତନ ରୂପରେଖ ଉପରେ ଆଲୋଚନା କରାଯିବ ।