ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶେଷ ହୋଇଛି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ତେବେ ଏହି ବୈଠକରେ ୯ ଟି ପ୍ରସ୍ତାବ ପାରିତ ହୋଇଛି । ଏହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ ଦେଇଛନ୍ତି । ଏହି ବୈଠକରେ ଦଳର ରାଜନୈତିକ ତଥା ସାଙ୍ଗଠନିକ ପ୍ରସ୍ତାବ ଉପରେ ଆଲୋଚିତ ହୋଇଛି । ଦଳର ସମ୍ଵିଧାନରେ ୮ ଟି ବିଷୟରେ ସଂଶୋଧନ କରାଯାଇଛି ।ଏବଂ ନିୟମରେ ମଧ୍ୟ ୨ ଟି ବିଷୟରେ ସଂଶୋଧନ କରାଯାଇଛି । ତେବେ ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ଉପରେ ଆଲୋଚନା କରାଯାଇଛି । ତେବେ ପ୍ରେସ୍ ମିଟ ଡକାଇ ଏ ନେଇ ଅଧିକ ସୂଚନା ଦେଇଛନ୍ତି ବିଜେଡି ସଭ୍ୟ ।
ଓଡିଆ ଭାଷା,ସଂସ୍କୃତି,ଐତିହ, ପରମ୍ପରା, କୁ ସୁରକ୍ଷା ଦେବା ବିଜେଡି ଅଙ୍ଗୀକାରବଦ୍ଧ ବୋଲି ସୂଚନା ଦେଇଛନ୍ତି । ସାନ୍ତାଳୀ ଭାଷାକୁ ସ୍ନତନ୍ତ୍ର ଭାଷାର ମାନ୍ୟତା ଦିଆଯିବ ।ମହିଳାମାନଙ୍କୁ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭା ଓ ପଞ୍ଚାୟର ସ୍ତରୀୟ ନିର୍ବାଚନ ପାଇଁ ୫୦ % ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମୁଖ୍ୟମନ୍ତୀ । ସଂସଦରେ ୩୩ % ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ ।ସର୍ବନିମ୍ନ ସପୋର୍ଟ ପ୍ରାଇସ (msp) ପାଇଁ ମଧ୍ୟ ଲଢେଇ ଜାରି ରହିଛି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଓ ଆୟ ଦ୍ୱିଗୁଣିତ କରିବାକୁ ବିଜୁ ଜନତା ଦଳ ସବୁ ବେଳେ ପ୍ରୟାସ କରି ଆସିଛି । ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଲଢେଇ ଜାରି ରହିବ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଓଡ଼ିଶା ହକଦାର । ଏଥିପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ।