ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଫସିଲେ ବାଣୀ ବିହାର ଡିଡିସି କର୍ମଚାରୀ । ବରିଷ୍ଠ କମର୍ଚାରୀ ଅଶୋକ ମିଶ୍ରଙ୍କ ଘରେ ଚଢାଉ କରିଛନ୍ତି ଭିଜିଲାନ୍ସ । ତେବେ ଏକାକାଳୀନ ୫ ଟି ସ୍ଥାନରେ ଚଢାଉକରି ତଥ୍ୟ ସଂଗ୍ରହ କରୁଛନ୍ତି ଭିଜିଲାନ୍ସ । ଅଶୋକଙ୍କ ଅଫିସ ଓ ସରକାରୀ ବାସଭବନରେ ରେଡ ଚାଲିଛି ।
କିଛି ଦିନ ହେବ ଭିଜିଲାନ୍ସ ବେଶ୍ ସକ୍ରୀୟ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । କିଛି ଦିନ ତଳେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅକୁ ଆୟ ବର୍ହିଭୂତ ଠୁଳ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ ।